ରିପୋର୍ଟ ଦେବାକୁ କରୁଟକୁ ନେର୍ଦ୍ଦେଶ ଦେଇଛି ଓଏଚଆରସି

0

ଭୁବନେଶ୍ୱର: ଓଡିଶା ମାନବାଧିକାର କମିଶନରେ ପହଞ୍ଚିଲା ‘ ମୋ ବସ’ ମାମଲା । ଭୁବନେଶ୍ୱରରେ ନିୟମିତ ବ୍ୟବଧାନରେ ମୋ ବସ ଦୁର୍ଘଟଣା ଘଟାଇ ଚାଲିଛି । ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ଆଇନଜୀବୀ ପ୍ରବୀର ଦାସ ଓଡିଶା ମାନବାଧିକାର କମିଶନରେ ମାମଲା ରୁଜୁ କରିଛନ୍ତି । ଯାହାକୁ ଆଧାର କରି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକଚ କରୁଟକୁ ନେର୍ଦ୍ଦେଶ ଦେଇଛନ୍ତି ଓଏଚଆରସି ଅଧ୍ୟକ୍ଷ । ଯାହାର ଣୁଣାଣି ଆସନ୍ତା ମେ ୨୩ ତାରିଖରେ ହେବ ।
ସୂଚନା ଅନୁଯାୟୀ , ବାରମ୍ଭାର ମୋ ବସ ଦୁର୍ଘଟଣା ଏବେ ଜନସାଧାରଣଙ୍କୁ ଅତିଷ୍ଟ କଲାଣି । ଭୁବନେଶ୍ୱରରେ ନିୟମିତ ବ୍ୟବଧାନରେ ମୋ ବସ ଦୁର୍ଘଟଣା ଘଟାଇ ଚାଲିଛି । ଗତ ମାସ ୪ ତାରିଖରେ ନନ୍ଦନକାନନ ରଘୁନାଥପୁରରେ ମୋ ବସ ଧକ୍କାରେ ଜଣେ ସ୍କୁଲ ପିଲାର ମୃତ୍ୟୁ ହୋଇଥିଲା । ସେହିପରି ପଟିଆ ଆଡେ ମଧ୍ୟ ମୋ ବସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଆଉ ରିପୋର୍ଟ କରୁଛି , ୨୦୨୪ ରେ ଏହା ପାଖାପାଖି ୨୦୦ ଦୁର୍ଘଟଣା ଘଟାଇଛି ।