ମାଂସପୋଶୀକୁ ମଜବୁତ କରେ ରାଶି ତେଲ

(ଶୁଭସ୍ମିତା ଦାଶ): ରାଶି ତେଲକୁ ଶୀତଦିନେ ଲଗାଇବା ଶରୀର ପାଇଁ ଖୁବ୍‌ ଉପକାରୀ। ଏହି ତେଲକୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହାର ସହ ଛୋଟ ଶିଶୁଙ୍କୁ ଏହା ମାଲିସ୍‌ କଲେ, ଅନେକ ଫାଇଦା ମିଳିଥାଏ।
ଆସନ୍ତୁ ଜାଣିବା, ରାଶି ତେଲ କିପରି ଆମ ଶରୀର ପାଇଁ ଉପକାରୀ ହୋଇଥାଏ।
ଯେଉଁମାନଙ୍କର ଆଣ୍ଠୁଗଣ୍ଠି ସମସ୍ୟା ରହିଛି, ସେମାନେ ରାଶି ତେଲ ନିୟମିତ ମାଲିସ୍ କରନ୍ତୁ। ଏଥିରେ ଥିବା ଡାଇଟରୀ ପ୍ରୋଟିନ୍‌ ଓ ଏମିନୋ ଆସିଡ୍‌ ଆଣ୍ଠୁଗଣ୍ଠିକୁ ମଜବୁତ୍‌ କରିଥାଏ। ନବଜାତ ଶିଶୁଙ୍କୁ ଏହି ତେଲ ମାଲିସ୍ କରିବା ଦ୍ୱାରା ସେମାନଙ୍କ ଶରୀର ସଶକ୍ତ ହୋଇଥାଏ।
ଭିଟାମିନ୍‌ ଇ’ ଓ ବି’ ଥିବା ଯୋଗୁ ଏହା ସ୍କିନ୍‌ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ସ୍କିନ୍‌ ଗ୍ଲୋ କରିବା ପାଇଁ ରାଶି ତେଲ ଖୁବ୍‌ ସାହାଯ୍ୟ କରିଥାଏ।
ମାଂସପେଶୀକୁ ମଜବୁତ୍‌ କରେ
ଯେଉଁ ଲୋକମାନେ ଏକ୍ସସର୍‌ସାଇଜ୍‌ କରନ୍ତି, ସେମାନଙ୍କ ବଡି ଷ୍ଟ୍ରେଚ୍ ହେବା ଯୋଗୁ ସମସ୍ୟା ହୋଇଥାଏ। ଯଦି ଏହି ସମୟରେ ସେମାନେ ରାଶି ତେଲ ଶରୀରେ ମାଲିସ୍‌ କରିବେ, ତେବେ ଏଥିରୁ ଆରାମ ମିଳିଥାଏ। ଏଥିରେ ଥିବା ଆଇରନ୍‌, କ୍ୟାଲସିଅମ୍‌, ମ୍ୟାଗ୍ନେସିଅମ୍‌, ଜିଙ୍କ୍‌ ଓ ସିଲେନିୟମ୍‌ ମାଂସପେଶୀକୁ ମଜବୁତ୍‌ କରିଥାଏ।
ସକାଳେ ବ୍ରଶ୍ କରିବା ପରେ ରାଶି ଚୋବାଇ ଖାଇବା ଦ୍ୱାରା ଦାନ୍ତ ମଧ୍ୟ ମଜବୁତ୍‌ ହୋଇଥାଏ।
ଚିନ୍ତା ଦୂର କରେ
ରାଶି ତେଲରେ ଏପରି କିଛି ତତ୍ତ୍ୱ ରହିଛି, ଯାହା ଆପଣଙ୍କ ମାନସିକ ଚିନ୍ତା ଓ ଅବସାଦ ଦୂର କରିଥାଏ। ଯଦି ଶରୀରରେ କୌଣସି ଅଙ୍ଗ ଜଳି ଯାଇଛି, ତେବେ ରାଶିକୁ ବାଟି ଏଥିରେ ଘିଅ ଓ କର୍ପୂର ମିଶାଇ ପୋଡ଼ା ସ୍ଥାନରେ ଲଗାନ୍ତୁ। ଏପରି କଲେ ଘା’ ଶୀଘ୍ର ଶୁଖି ଯାଇଥାଏ।