(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଚିଲିକା ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି ମାଲେସିଆ ଜାହାଜ ଜିନ୍ ହ୍ୱାରୁ । ଚିଲିକା ମୁହାଣ ରାଜହାଂସରେ ଲାଗିଛି ଏହି ଜାହଜ । ଦିଗହରା ହୋଇ ଏହି ଜାହଜଟି ଏଠି ଆସି ଲାଗିଛି । କିପରି ଏହି ଜାହାଜ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ଚାଲିଛି ଆଲୋଚନା ।
ଜାହାଜର ମାଲିକ ଦୁଇ ଦିନ ତଳେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ଜାହାଜରୁ ତେଲ ବାହାର ହେବ ତାହା ଆଲୋଚନା ହୋଇଥିବା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଜାହାଜରେ ପ୍ରାୟ ୩୦ ହଜାର ଲିଟର୍ ତେଲ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପଣ୍ୟ ଦ୍ରବ୍ୟ ନେଇ ମାଲେସିଆ ଜାହାଜ ଜିନ୍ ହ୍ୱା ବାଂଲାଦେଶ ଯାଇଥିଲା । ଏହା ପରେ ଅଗଷ୍ଟ ୨ରୁ ବାଂଲାଦେଶରୁ ବିଶାଖାପାଟଣା ଅଭିମୁଖେ ଯାଉଥିବାବେଳେ ଜାହାଜରେ ଯାନ୍ତ୍ରିକ ତୃଟି ଦେଖା ଦେଇଥିଲା । ଜାହାଜକୁ ସଜାଡ଼ିବାବେଳେ ଘୂର୍ଣ୍ଣିଝଡ଼ ହେବାରୁ ଜାହାଜଟି ବିଶାଖାପାଟଣା ଯିବା ପରିବର୍ତ୍ତେ କୃଷ୍ଣପ୍ରସାଦ ବ୍ଲକ ରାଜହଂସ ମୁହାଣରେ ଲାଗିଥିଲା । ଜାହାଜ ମରାମତି ହୋଇ ହେଉଥିବାରୁ ଏ ଯାଏଁ ଜାହାଜଟି ସେଠାରେ ରହିଛି । ତେବେ ଜାହାଜରୁ ତେଲ ଲିକ୍ ହେବା ଆଶଙ୍କାରେ ସେଥିରୁ ତେଲ ବାହାର କରିବାକୁ ବ୍ୟବସ୍ଥା କରାଯାଉଛି । ତେବେ ଦେଖିବାକୁ ବାକି ରହିଲା ଯେ କେତେ ଜଲଦି ଏହି ଜାହାଜକୁ ସୁରକ୍ଷା ଯୋଗାଇ ଦିଆଯାଇପାରୁଛି ।