ଖାଜକିସ୍ତାନ ତୈଳ ଫିଲ୍ପରେ ହିଂସା ପରେ ଭାରତୀୟ ଦୂତାବାସ ତତ୍ପର

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଖାଜକିସ୍ତାନର ଟେଙ୍ଗିଜରେ ତୈଳ ଫିଲ୍ଡରେ ଶ୍ରମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି, ଏହି ଗଣ୍ଡଗୋଳ ତୀବ୍ର ରୂପ ନେଇଛି । ଏହା ପରେ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଚିନ୍ତାରେ । କାରଣ ସେଠାରେ ପାଖାପାଖି ୧୫୦ ଭାରତୀୟ ନାଗରିକ ଫସିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ କେରଳରୁ । ତେଣୁ ନନ ରେସିଡେଣ୍ଟ ଅଫ କେରଳାଇଟ ଆଫେୟାର (ନୋରକା) ଭାରତୀୟ ଦୂତାବାସ ସହିତ ସଂପର୍କ କରିଛି । କେରଳ ମୁଖ୍ୟମନ୍ତ୍ରୀ ନୋରକାକୁ ସବୁ ତଥ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଖାଜକିସ୍ତାନର ସବୁଠାରୁ ବଡ଼ ତୈଳ ଫିଲ୍ଡରେ ସ୍ଥାନୀୟ ଓ ବିଦେଶ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ତୈଳ ଫିଲ୍ଡର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ନେଇ ସେଠାରେ ହିଂସା ବ୍ୟାପୀବାରେ ଲାଗିଲା । ଏଥିରେ ପାଖାପାଖି ୩୦ ଜଣ ଲୋକ ଆହତ ହୋଇଛନ୍ତି ।
କୁହାଯାଉଛି, ଏହି ବିବାଦରେ ଭାରତୀୟଙ୍କ ସଂପୃକ୍ତି ନାହିଁ । ମାତ୍ର ଯେଉଁ ସମୟରେ ଗଣ୍ଡଗୋଳ ହୋଇଛି, ସେତିକି ବେଳେ କିଛି ଭାରତୀୟ ଶ୍ରମିକ ଉପସ୍ଥିତ ଥିଲେ । ଭାରତୀୟ ଦୂତାବାସ ଅନୁସାରେ ଏଯାଏଁ କୌଣସି ଭାରତୀୟଙ୍କର କିଛି କ୍ଷତି ହୋଇ ନାହିଁ ।