ଆସନ୍ତା ମେ’ ମାସରେ ହେବ ଓଜେଇଇ-୨୦୨୩ ପରୀକ୍ଷା

0

ଭୁବନେଶ୍ୱର: ଆଜି ଠାରୁ ୨୦୨୩ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓ ଜେଇଇ) ଲାଗି ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତେବେ ଓଜେଇଇ ପରୀକ୍ଷା ଲାଗି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ମେ’ ପ୍ରଥମ କିମ୍ବା ୨ୟ ସପ୍ତାହ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଓଜେଇଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ବୈଷୟିକ କଲେଜଗୁଡିକରେ ବି.ଫାର୍ମା, ଏମସିଏ, ଏମ.ଏସସି(କମ୍ପ୍ୟୁଟର ସାଇନ୍ସ), ଏମବିଏ, ଇଣ୍ଟିଗ୍ରେଟେଡ ଏମବିଏ, ବି.କ୍ୟାଟ, ଏମ.ଟେକ, ଏମ.ଟେକ(ପାର୍ଟ ଟାଇମ), ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା ଏବଂ ଲାଟେରାଲ ଏଣ୍ଟ୍ରି ବି.ଟେକ ଓ ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପରୀକ୍ଷା ସିବିଟି( କମ୍ପ୍ୟୁଟର ବେସ ଟେଷ୍ଟଡ)ମାଧ୍ୟମରେ କରାଯିବ। ମୋଟ୍ ୪୦ହଜାର ସିଟ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା କରାଯିବ। ଆଗ୍ରହୀ ବିଦ୍ୟାର୍ଥୀ ଓଜେଇଇ ୱେବସାଇଟ (www.ojee.nic.in)କୁ ଲଗଇନ କରି ବିସ୍ତୃତ ତଥ୍ୟ ଜାଣିବା ସହ ପଞ୍ଜୀକରଣ କରିବାକୁ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି।