(ସରୋଜ କୁମାର ରାଉତ / ଭୁବନେଶ୍ୱର):କାର ସେବା ପ୍ରଦାନ କରୁଥିବା ଓଲା କମ୍ପାନି ମନମୁଖୀ ଶାସନକୁ ବିରୋଧ କରି ଦୀର୍ଘ ୬ ଦିନ ହେବ ଓଲା ଚାଲକ ମାନେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜିଠାରେ ଧାରଣାରେ ବସିଛନ୍ତି । ସେମାନଙ୍କ ଅଭିଯୋଗନୁଯାୟୀ ଓଲା କମ୍ପାନୀ ଗାଡି ଲଗାଇବାକୁ ସେମାନେ ପ୍ରଥମେ ୨୨ ହଜାର ଟଙ୍କା ଦେଇଥିଲେ । ସେନେଇ କମ୍ପାନୀ ସେମାନଙ୍କୁ ବୋନସ ମଧ୍ୟ ଦେଉଥିଲା । ହେଲେ ଗତ କିଛି ମାସ ହେବ କମ୍ପାନୀ ନିଜର ସ୍ୱାର୍ଥ ପାଇଁ ଚାଳକମାନଙ୍କୁ ଦେଉଥିବା ବୋନସ ଟଙ୍କାକୁ କମାଇ ଦେଇଥିଲା । ଯାହାର ସିଧାସଳଖ ପ୍ରଭାବ ଚାଳକମାନଙ୍କ ଉପରେ ପଡିଥିଲା । ଏନେଇ ସେମାନେ ଅଭିଯୋଗ କରିବାରୁ କମ୍ପାନି ତରଫରୁ ସେମାନଙ୍କୁ ଧମକ ଦିଆଯାଇଥିଲା । ପ୍ରାୟ ୧୭ ହଜାରରୁ ଅଧିକ ଓଲା ଚାଳକ କିଛି ବାଟ ନପାଇ ସରାକାରଙ୍କ ନିକଟରେ ଅଭିଯୋଗ କରିଥିଲେ । ସରାକର ମଧ୍ୟ ସେମାନଙ୍କ କଥାକୁ ନଶୁଣିବାରୁ ବାଧ୍ୟ ହୋଇ ସେମାନେ ଲୋୟର ପିଏମଜିଠାରେ ଧାରଣ।।ରେ ବସିଛନ୍ତି । ଯଦି ସରାକର ସେମାନେଙ୍କ କଥା ନଶୁଣନ୍ତି ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୂପ ନେବ ବୋଲି ଓଲା ଚାଳକ ସଂଘର ସଦସ୍ୟ ବିଶ୍ୱଜିତ ଦାଶ ସୂଚନା ଦେଇଛନ୍ତି ।