ସୂଚନାନୁଯାୟୀ ଗତକାଲି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଲା ଗାଁର ପାଣୁ ସାହୁଙ୍କ ପୁଅ ହୃଦାନନ୍ଦ ସାହୁ ବୟସ ୬୪,ସବୁଦିନ ପରି ସେ ମଙ୍ଗଳବାର ସାପ୍ତାହିକ ହାଟ ସାରି କଲା ବଡପଖରି କୁ ଗାଧୋଇବା ପାଇଁ ଯାଇଥିଲେ,ହେଲେ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ ତାଙ୍କ ପରିବାର ଲୋକେ ଖୋଜାଖୋଜି କରିଥିଲେ କିନ୍ତୁ ସନ୍ଧାନ ପାଇନଥିଲେ।ପରେ ବାରକୋଟ ଥାନା କୁ ଜଣାଇଥିଲେ,ପୋଲିସ ତଦନ୍ତ କରି ତାଙ୍କ ତତ୍ତ୍ଵାବଧାନରେ ମଙ୍ଗଳ ବାର ସନ୍ଧ୍ୟାରୁ ,ବାରକୋଟ ଦମକଳବାହୀ ,ଏବଂ ଓଡ୍ରା ୪ଥ ବାଟାଲିୟନ ବଂପର୍ଡା ମିଳିତ ସହଯୋଗରେ ପାଖରୀରେ ଉଦ୍ଧାର କାର୍ୟ୍ୟଜାରି ରହିଥିଲା କିନ୍ତୁ ଗତ ମଙ୍ଗଳବାର ସନ୍ଧ୍ୟା ରୁ ବୁଧବାର ସନ୍ଧ୍ୟା ପର୍ୟ୍ୟନ୍ତ କୈଣସି ସନ୍ଧାନ ନୋପାଇ ବିଫଳ ହୋଇ ଫେରିଯାଇଥିଲେ । ପରେ ବହୁ ବିଳମ୍ବିତ ରାତିରେ ମୃତ ଶରୀରଟି ପାଣିରେ ଭାସି ଉଠିଥିଲା। ଫଳରେ ଯୋଗି ରହିଥିବା ପରିବାର ତଥା ସ୍ଥାନୀୟ ଲୋକେ ବୃଦ୍ଧାଙ୍କ ମୃତ ଶରୀରକୁ ଉଦ୍ଧାର କରି ଥାନାକୁ ହସ୍ତାନ୍ତର କରିଥିଲେ। ବାରକୋଟ ଥାନା ସହୋଜଗେ ମୃତ ଶରୀରକୁ ପାଲଲହଡା ଡାକ୍ତରଖାନା କୁ ପଠାଯାଇଛି, ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ବାରକୋଟ ଥାନା ପକ୍ଷରୁ ସୂଚନା ମିଳିଛି।