(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପସି ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ଜଣେ ବୃଦ୍ଧ ଗାଁ ପୋଖରୀରେ ଗାଧୋଇବାବେଳେ ବୁଡି ଯାଇଥିଲେ । ଖବର ପାଇଁ ପରିବାର ଲୋକେ ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ପରେ ତାଙ୍କ ଶବବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଯାଇଥିଲା ।