ସୃତିରେ ରହିବ ପୁରୁଣା ସଂସଦ । ଦେଶର ଐତିହ୍ୟରା କଥା ମନେପକାଇବା ପୁରୁଣା ସଂସଦ ।ଅଜି ଶେଷଥର ପାଇଁ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ହୋଇଥିଲା । ଆଉ ଏହି କାର୍ଯ୍ୟକ୍ରମରେ ସଂସଦରେ ନିଆଯାଇଥିବା ପୁରୁଣା ଐତିହ୍ୟ ନିଷ୍ପତ୍ତିକୁ ମନେପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ତାହା ସହିତ ପୁରୁଣା ସଂସଦ ଭବନର ନୂଆ ନାମକରଣ ପ୍ରସ୍ତାବ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଆମେ ନୂଆ ଭବନକୁ ଯାଉଥିଲେ ବି ପୁରୁଣାର ଗରିମା ଅକ୍ଷୂଣ୍ଣ ରହିବା ଉଚିତ । ସବୁବେଳେ ପୁରୁଣା ଭବନ ନିଜ ମର୍ଯ୍ୟାଦା ବଜାୟ ରଖିବ । ପୁରୁଣା ଭବନକୁ ‘ସମ୍ବିଧାନ ସଦନ’ ଭାବେ ନାମିତ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ପ୍ରସ୍ତବ ଦେଇଥିଲେ । ଆଉ ବର୍ତ୍ତମାନ ଏହାର ନାମ କରଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ପୁରୁଣା ସଂସଦ ଭବନକୁ ବର୍ତ୍ତମାନ ‘ସମ୍ବିଧାନ ସଦାନ’ ନାମରେ ପରିଚିତ ହେବ ବୋଲି ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି । ଏଥି ସହ ଓମ ବିର୍ଲା ଆହୁରି କହିଛନ୍ତି ଯେ, ସଂସଦର କାର୍ଯ୍ୟକାରିତା ନୂତନ ସଂସଦକୁ ସ୍ଥାନାନ୍ତରିତ ହୋଇଛି । ବାଚସ୍ପତି ଏହା ମଧ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ଯେଉଁ ବିଲ୍ଡିଂରେ ଆମେ ଏକାଠି ହୋଇଥିଲୁ, ତାହା ବର୍ତ୍ତମାନ ‘ସମ୍ବିଧାନ ସଦାନ’ ନାମରେ ପରିଚିତ ହେବ ।