(ରିପୋଟର୍ସ ଟୁଡେ,ଭୁବନେଶ୍ୱର): ଜାପାନ ଲୋକଙ୍କ ଆୟୁଷ ଅନ୍ୟ ଦେଶ ଲୋକମାନଙ୍କ ଅପେକ୍ଷା ଅଧିକ ବୋଲି ଏକ ରିପୋର୍ଟ ଏହାକୁ ପ୍ରମାଣିତ କରିଛି । ଜାପାନର,ସ୍ୱାସ୍ଥ୍ୟ,ଶ୍ରମ ଓ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ରିପୋର୍ଟ ଅନୁସାରେ ଦେଶରେ ଏବେ ୭୧ ହଜାର ଲୋକଙ୍କ ବୟସ ୧୦୦ରୁ ଅଧିକ । ଏମାନଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୮୪୬୩ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ତା’ଠାରୁ ଢେର ଅଧିକ । ଚିକିତ୍ସା ବିଜ୍ଞାନରେ ଉନ୍ନତି ଓ ସ୍ୱାସ୍ଥ୍ୟସେବା ଉପରେ ସରକାରଙ୍କ ସଚେତନତା ଯୋଗୁଁ ଲୋକମାନେ ଅଧିକ ଦିନ ବଞ୍ଚୁଥିବା ଜଣାଯାଇଛି ।
ତେବେ ଦେଶରେ ଜନ୍ମ ସଂଖ୍ୟା ତୁଳନାରେ ମୃତ୍ୟୁ ହାର ବଢିବା ଜାପାନ ପାଇଁ ଆଉ ଏକ ଚିନ୍ତାର ବିଷୟ ହୋଇଛି । ରିପୋର୍ଟ ଅନୁଯାୟୀ, ୧୯୭୦ରେ ପ୍ରତି ଜାପାନୀ ଦମ୍ପତ୍ତିଙ୍କ ୨ଟି ଲେଖାଏଁ ସନ୍ତାନ ଥିବାବେଳେ ଏବେ ତାହା ୧କୁ ହ୍ରାସ ପାଇଛି । ଏହି ଧାରା ବଜାୟ ରହିଲେ ୨୦୫୦ ସୁଦ୍ଧା ଜାପାନର ଜନସଂଖ୍ୟା ୧୦ କୋଟି ହୋଇଯିବ । ଫଳରେ ଦେଶରେ କେବଳ ଶତାୟୁଙ୍କ ହାର ଅଧିକ ଥିବ ।