ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ 2025 ଓ ସାଧାରଣ ପରିଷଦ ବୈଠକ

0

ଗଜପତି (ବିବେକାନନ୍ଦ ବେହେରା );-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ 2025  ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଅମୂଲ୍ୟ କୁମାର ପାଣିଗ୍ରାହୀ ଅତିଥି ମାନଙ୍କୁ ମଞ୍ଚ କୁ ଆହ୍ୱାନ କରିଥିଲେ। ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଭାରତ ଭୂଷଣ ମହାନ୍ତି ପ୍ରଦାନ କରିଥିବା ବେଳେ ଶଙ୍କର ପ୍ରସାଦ ବକ୍ସି ବାର୍ଷିକ ବିବରଣୀ ପାଠ କରିଥିଲେ।

ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା।ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। କଲେଜ ଅଧ୍ୟକ୍ଷ ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଅତିଥି ମାନଙ୍କ ଦ୍ଵାରା ସ୍ମରଣୀକା  ୨୦୨୫ ର ଓ ଜଣା ଅଜଣା ବିଜ୍ଞାନ ପୁସ୍ତକ ଉନ୍ମୋଚନ ହୋଇଥିଲା। ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ,ମୁଖ୍ୟ ବକ୍ତା ପ୍ରଫେସର ବିପିନ ବିହାରୀ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ।

 

ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଶେଷରେ  ନାସିର ବେଗ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସଂସଦ ର ବଜେଟ ଆଲୋଚନା ଓ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକାରୀ ସଭାପତି ନୃସିଂହ ଚରଣ ପଟ୍ଟନାୟକ, ସମ୍ପାଦକ ଭାବରେ ଆଦର୍ଶ ଦାଶ,ଯୁଗ୍ମ ସମ୍ପାଦକ ବସନ୍ତ ପଣ୍ଡା, ରୁପେଶ ସାହୁ ପ୍ରମୁଖ ଙ୍କ ସମେତ ୧୫ ଜନ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।ସମସ୍ତ କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ଓ କଲେଜର କର୍ମଚାରୀ ପରିଚାଳନା କରିଥିଲେ। ବସନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।