କେନାଲରୁ ମିଳିଲା ବୃଦ୍ଧାଙ୍କ ମୃତ ଦେହ

0

ମାଲକାନଗିରି/ ସୂର୍ଯ୍ୟକାନ୍ତ ବେହେରା : କେନାଲରୁ ମିଳିଲା ବୃଦ୍ଧାଙ୍କ ମୃତ ଦେହ । ମୃତକ ଜଣଙ୍କ ବୁଟୁଗୁଡା ଅଞ୍ଚଳର ଯୁଧିଷ୍ଠିର ନାୟକ (୬୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ମାଲକାନଗିରି ମୁଖ୍ୟ କେନାଲରେ ଏକ ମୃତ ଦେହ ଭାସୁଥିବା ଦେଖିବାକୁ ପାଇଥିଳେ ସ୍ଥାନୀୟ ଲୋକେ । ପରେ ଘଟଣା ବିଷୟରେ ପୋଲିସ କୁ ଖବର ଦେଇଥିଲେ । ତେବେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବାସହ ଘଟଣାର ତଦନ୍ତ ଚଳାଇଛି ।