ପୁରୀ: ପୁଣି ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ତୃତୀୟ ସଫଳତା ମିଳିଛି। ସୁଟିଂରେ ଭାରତକୁ ମିଳିଛି ଏକ ଅଲିମ୍ପିକ୍ସ ପଦକ । ସୁଟର ସ୍ବପ୍ନିଲ କୁଶାଲେଙ୍କୁ ୫୦ ମିଟର ରାଇଫଲରେ କାଂସ୍ୟ ପଦକ ମିଳିଛି । ସୁଟର ସ୍ବପ୍ନିଲ କୁଶାଲେଙ୍କ ଏହା ପ୍ରଥମ ପଦାର୍ପଣ। ତେବେ ଏହି ସଫଳତା ପରେ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି। ସ୍ବପ୍ନିଲଙ୍କ ଏହି ଐତିହାସିକ ସଫଳତା ପାଇଁ ତାଙ୍କ ନିକଟ କ ଶୁଭେଛା ର ଛୁଟିବାରେ ଲାଗିଛି। ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ଏନେଇ ପୁରୀ ବେଳାଭୁମିରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସ୍ବପ୍ନିଲଙ୍କୁ ତାଙ୍କ ସଫଳତା ନେଇ ଅଭିନନ୍ଦନ ଜଣାଇଛନ୍ତି ସୁଦର୍ଶନ। ଏଥି ସହିତ ଅଲମ୍ପିକ୍ସରେ ଭାଗ ନେଇଥିବା ସବୁ ଖେଳାଳି ଭଲ ପ୍ରଦର୍ଶନ କରି ମେଡାଲ ଆଣିବାକୁ ସୁଦର୍ଶନ ଶୁଭେଛା ଦେଇଛନ୍ତି।