OMDCଙ୍କୁ ଗୁଳିକରି ହତ୍ୟା! କାରଣ ଅସ୍ପଷ୍ଟ

କେନ୍ଦୁଝର ଜିଲ୍ଲାର ବଡ଼ବିଲ ଦଲକୀ ବସ୍ତିର ଦୁଃଶାସନ ବାରିକ ମୃତ

0

କେନ୍ଦୁଝର: ଓମଡିସିର ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣକ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଦଲକୀ ବସ୍ତିର ଦୁଃଶାସନ ବାରିକ ବୋଲି ଜଣାପଡିଛି । ସ୍ଥାନୀୟ ଲୋଚ ମୃତ ଦେହକୁ ଦେଖି ପୋଲିସକୁ ଜଣାଇଛନ୍ତି । ସନିବାର ସକାଳେ ତାଙ୍କର ଗୁଳିବଦ୍ଧ ମୃତ ଦେହ ଉଦ୍ଧାର କରି ଜାଞ୍ଚ କରୁଛନ୍ତି । କେଉଁ କାରଣରୁ ତାଙ୍କୁ ହତ୍ୟ କରାଯାଇଛି ତାହା ଜଣା ପଡିନାହିଁ । ବଡବିଲ ପୋଲିସ ଓ ସାଇଣ୍ଟିଫିତ ଟିମ ଏହାର ଜାଞ୍ଜ ଜାରି ରଖିଛନ୍ତି । ପାରିପାର୍ଶିକ ସ୍ଥିତିରୁ ଜଣା ପଡିଛି ତାଙ୍କ ମୁଣ୍ଡକୁ କେହି ଗୁଳି କରିଛନ୍ତି । ମୃତଦେହ ନିକଟରେ ୨ ଟି ୯ ଏମ୍ ଏମ୍ ଗୁଳିଖୋକା ପଡ଼ିଥିବା ବେଳେ ୩ଟି ଖାଲି ବିୟର ବୋତଲ ମଧ୍ୟ ପଡ଼ିଛି । ଘଟଣାର ପ୍ରାୟ ୨ ଶହ ମିଟର ଦୂରରେ ମୃତ ଦୁଃଶାସନଙ୍କ ବାଇକ୍ ଏକ ଗଛ ନିକଟରେ ଛିଡା ହୋଇଥିବା ଦେଖିବାକୁ ମିଳିଛି ।

ପରିବାର ଲୋକଙ୍କ କହିବା ଅନୁସାରେ ଦୁଃଶାହସ ଗତ କାଲି ସଂନ୍ଧ୍ୟରେ ଓ ଏମ ଡି ସିରେ ଡ୍ୟୁଟି ସାରି ଘରକୁ ଫେରି ନଥିଲେ । ଏଭଳି ସ୍ଥିତିରେ ଆଜି ସକାଳୁ ତାଙ୍କର ମୃତଦେହ ଏଠାରେ ପଡ଼ିଥିବା ନେଇ ପରିବାର ଖବର ପାଇଥିଲେ । ତେବେ ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ମୃତକଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି । ସେପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବଡ଼ବିଲ ପୋଲିସ୍ ତଦନ୍ତ ଆରମ୍ଭ କରିଛି । ବଡ଼ବିଲ ଥାନା କେସ ନଂ ୧୦୯/୨୩ ରେ ଏକ ମାମଲା ରୁଜ୍ଜୁ ହୋଇଛି ଏନେଇ କାରଣ ସ୍ପଷ୍ଟ ହୋଇନାହ ସେଥିପାଇଁ । ପୋଲିସ ପରିବାର ଲୋକଙ୍କୁ ପଚରା ଉଚୁରା ଜାରି ରଖିଛି ।