୬୦ଘଣ୍ଟା ପରେ ବି ନିଖୋଜ, ବିହାର ୨ ଓ ପଶ୍ଚିମବଙ୍ଗ ୪ଜଣଙ୍କ ପତ୍ତା ମିଳୁନି

0

ବାଲେଶ୍ୱର: ବାହାରାନଗା ଟ୍ରେନ ଦୁର୍ଘଟଣାକୁ ୬୦ ଘଣ୍ଟା ବିତିଲାଣି । କିଏ ପୁଅକୁ ହରାଇଛି କିଏ ସ୍ୱାମୀ କୁ ତ ଆଉକିଏ ଆତ୍ମିୟ ଲୋକଙ୍କୁ ହରଇଛି । ସେହି ଦିନଟି ଥିଲା ଅତ୍ୟନ୍ତ ଦୁଖଃ ଦାୟକ । ଏବେବି ଅନେକ ନିଖୋଜ ।ସାଲିମାରରୁ କରମଣ୍ଡଳ ଏକ୍ସପ୍ରେସରେ ତାମିଲନାଡୁ ଯାତ୍ରା କରୁଥିଲେ ବିହାରର ସୁନୀଲ କୁମାରଙ୍କ ଦୁଇ ଜଣ ସମ୍ପର୍କୀୟ ଭାଇ ।ଦୁର୍ଘଟଣାସ୍ଥଳ, ବାଲେଶ୍ୱର ହସପିଟାଲ, କଟକ SCB, ଭୁବନେଶ୍ୱର ଏମ୍ସ ସବୁ ଜାଗା ଖୋଜି ସାରିଲେଣି । ଦୁର୍ଘଟଣା ପରେ ଉଭୟ ନିଖୋଜ ଅଛନ୍ତି ।
ସେହିପରି ବିହାରର ୨୧ ବର୍ଷୀୟ ରାଜା ସୋହନୀ ମଧ୍ୟ ନିଖୋଜ ଥିବା ତାଙ୍କ ସମ୍ପର୍କୀୟ କହିଛନ୍ତି । ହାଓ୍ଵଡାରୁ ନିଜର ୧୦ ଜଣ ବନ୍ଧୁଙ୍କ ସହ ଚେନ୍ନାଇ ଯାଉଥିଲେ ରାଜା । ୧୦ ଜଣଙ୍କ ମଧ୍ୟରୁ ୮ଜଣ ଚିକିତ୍ସାଧିନ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ନିଖୋଜ ଅଛନ୍ତି ।୬୦ ଘଣ୍ଟା ପରେ ବି ମିଳୁନାହାଁନ୍ତି ଆତ୍ମୀୟ ସ୍ୱଜନ ।
ସେହିପରି ପଶ୍ଚିମବଙ୍ଗ ମାଲଦାର ୪ଜଣଙ୍କୁ ନପାଇ ହସ୍ପିଟାଲରୁ ହସ୍ପିଟାଲ ଘୁରି ବୁଲୁଛନ୍ତି ସମ୍ପର୍କୀୟ । ହେଲେ କାହାରି ମଧ୍ୟ ପତ୍ତା ମିଳୁନି। ମୋବାଇଲ୍ ରିଂ ହେଉଛି, ହେଲେ ଉତ୍ତର ଆସୁନି ।