ମାର୍କେଟକୁ ଆସିଲା ଗେରୁଆ ରଙ୍ଗର ପ୍ୟାକେଟରେ ଓମଫେଡ କ୍ଷୀର

0

ଭୁବନେଶ୍ୱର : ବଦଳିଛି ଓମଫେଡ କ୍ଷୀର ପ୍ୟାକେଟର ରଙ୍ଗ । ମାର୍କେଟକୁ ବହୁଳ ଭାବେ ଆସିଲା ଗେରୁଆ ରଙ୍ଗର ପ୍ୟାକେଟରେ ନୂଆ ଓମଫେଡ କ୍ଷୀର। ଏହା ସହ କ୍ଷୀରର ଦାମ ଲିଟର ପିଛା ୪ ଟଙ୍କା ବଢ଼ାଯାଇଛି । ଏପରିକି କ୍ଷୀର ପ୍ୟାକେଟରେ ଅଧଲିଟର ବଦଳରେ ୪୫୦ ମିଲିଲିଟର ଦିଆଯାଇଛି । ତେଣୁ ଗୋଟିଏ ପଟେ କ୍ଷୀରର ପରିମାଣ କମାଯିବା ଓ କ୍ଷୀର ଦରବୃଦ୍ଧି କରାଯିବାକୁ ନେଇ ଜନସନ୍ତୋଷ ଦେଖାଦେଇଛି । ରଙ୍ଗ ଓ ନାଁ ବଦଳାଇବା ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହେଉଥିବା ବେଳେ ଏବେ ଗେରୁଆ ରଙ୍ଗର କ୍ଷୀର ପ୍ୟାକେଟର ଦରବୃଦ୍ଧି ଓ ପରିମାଣ କମିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି ।