ଭୁବନେଶ୍ୱର : ତାମିଲନାଡୁ ଏବଂ ତେଲେଙ୍ଗାନାରୁ ଆସୁଛି ଓମଫେଡ଼ ପଲି ରୋଲ । 2023-24 ବର୍ଷରେ 574.50 ମେଟ୍ରିକ ଟନ ପଲିରୋଲ କିଣିବାକୁ ଥିବା ବେଳେ । ତାମିଲନାଡୁ ଏବଂ ତେଲେଙ୍ଗାନାର ଦୁଇ ସଂସ୍ଥାରୁ ଆସୁଛି ସର୍ବାଧିକ 549 ମେଟ୍ରିକ ଟନ ପଲିରୋଲ ଆସିଥିବା ବେଳେ କଲିକତାର ଏକ ସଂସ୍ଥା ଠାରୁ ମାତ୍ର 35 ମେଟ୍ରିକ ଟନ ପଲିରୋଲ କିଣାଯାଇଛି | ତାମିଲନାଡୁର ପ୍ରମ୍ପଟ ବେରିୟର ଫିଲ୍ମସ ପ୍ରାଇଭେଟ ଲିମିଟେଡ଼ ଠାରୁ 235 ଟନ ଏବଂ ତେଲେଙ୍ଗାନାରୁ ଲରଭେନ ଫ୍ଲେକ୍ସ ଆଣ୍ଡ ସାକ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଠାରୁ 304.50 ମେଟ୍ରିକ ଟନ କିଣାଯାଉଛି |
ବଡ କଥା ହେଲା 2015 ମସିହାରେ ଓମଫେଡ଼ ପଲିରୋଲ ଦୁର୍ନୀତି ସାମ୍ନାକୁ ଆସିଥିଲା | ସେତେବେଳୁ ଗୁଜୁରାଟ NDDB ର ଏକ ସଂସ୍ଥା ଠାରୁ ପଲିଥିନ କିଣିବାକୁ ନିଷ୍ପତ୍ତି କରି ଏକ ଥାର୍ଡ଼ ପାର୍ଟି ଏଜେନସି ମାଧ୍ୟମରେ ଅଧିକ ଦରରେ ପଲିରୋଲ କିଣାଯାଉଥିବା ଅଭିଯୋଗ ହୋଇଥିଲା | ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ |