ସାମ୍ନାକୁ ଆସିଲା ଓମିକ୍ରନ୍ ଭାରିଆଣ୍ଟ ବିଏ.୪ ଓ ବିଏ.୫ର ପ୍ରଥମ ମାମଲା
ସାମ୍ନାକୁ ଆସିଲା ଦେଶର କରୋନା ଭୂତାଣୁ ଓମିକ୍ରନ୍ ଭାରିଆଣ୍ଟର ସବ୍ଭାରିଆଣ୍ଟ ବିଏ.୪ ଓ ବିଏ.୫ର ପ୍ରଥମ ମାମଲା ।
(ଦିଲ୍ଲୀ) : ସାମ୍ନାକୁ ଆସିଲା ଦେଶର କରୋନା ଭୂତାଣୁ ଓମିକ୍ରନ୍ ଭାରିଆଣ୍ଟର ସବ୍ଭାରିଆଣ୍ଟ ବିଏ.୪ ଓ ବିଏ.୫ର ପ୍ରଥମ ମାମଲା । ତାମିଲନାଡୁରେ ଜଣେ ୧୯ ବର୍ଷୀୟା ମହିଳା ବିଏ.୪ରେ ସଂକ୍ରମିତ ହୋଇଛନ୍ତି । ତାଙ୍କଠାରେ ହାଲୁକା ଲକ୍ଷଣ ରହିଛି ।
ଏହା ପୂର୍ବରୁ ହାଇଦ୍ରାବାଦରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ରୋଗୀ ବିଏ.୪ ଭାରିଆଣ୍ଟରେ ସଂକ୍ରମିତ ଥିଲେ ।ସେହିଭଳି ତେଲଙ୍ଗାନାରେ ଜଣେ ୮୦ ବର୍ଷର ବ୍ୟକ୍ତି ବିଏ.୫ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।
ସେ ମଧ୍ୟ ଉଭୟ ଡୋଜ୍ ଟିକା ନେଇସାରିଛନ୍ତି ଏବଂ ତାଙ୍କଠାରେ ହାଲୁକା ଲକ୍ଷଣ ରହିଛି । ଉଭୟଙ୍କର ଟ୍ରାଭେଲ୍ ହିଷ୍ଟ୍ରି ଜାଣିବାକୁ ଚେଷ୍ଟା କରାଯାଉଛି । ଇଣ୍ଡିଆନ୍ ସାର୍ସ-କୋଭ-୨ ଜେନୋମିକ୍ସ କନ୍ସୋର୍ଟିୟମ୍ ପକ୍ଷରୁ ରବିବାର ଏକ ଇସ୍ତାହାରରେ ଏହି ସୂଚନା ଦିଆଯାଇଛି ।