ନେତାଜୀ ସଂସଦ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ

0

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ:  ଆଜି ସାରା ଦେଶ ସମେତ ରାୟଗଡ଼ା ଜିଲ୍ଲା ବିଷମକଟକ ସହରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ କରାଯାଇଛି । ଜାନୁଆରୀ ୨୩ ଦିନ ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି ସାରା ରାଜ୍ୟରେ ଏହି ସ୍ବାଧୀନତା ସଂଗ୍ରାମୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଉଛି। ଏହି ପରିପେକ୍ଷରେ ଆଜି ବିଷମ କଟକରେ  ନେତାଜୀ ସାଂସଦ ଅନୁଷ୍ଠାନ ପକ୍ଷରୁ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ନେତାଜୀ ଛକ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଦେଶ ପାଇଁ ତାଙ୍କ ବଳିଦାନର ସ୍ମୃତିଚାରଣ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଷମ କଟକ ପଞ୍ଚାୟତ ସମିତି ଉପାଦକ୍ଷ ଦେବି ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନେତାଜୀ ସାଂସଦର ସଦସ୍ୟ ଶଶି ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ଶିବରାମ ନାୟକ, ଚନ୍ଦ୍ରକାନ୍ତ ପାଲକା, ରାଧାକାନ୍ତ ଗୁରୁ ପ୍ରମୁଖ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହିଥିଲେ।