ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୯ ଦାବି ପତ୍ର ପ୍ରଦାନ

0

ଅନୁଗୁଳ : ଓଡିଶା ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ନେତୃତ୍ଵରେ ଅନୁଗୁଳ ଜିଲ୍ଲା କୋଷାଧକ୍ଷ ରଜନୀ କାନ୍ତ ସାହୁ ଏବଂ ଓଡିଶା ମଟର ଚାଳକ ସଂଘ ରାଜ୍ୟ ସଭାପତି ଅକ୍ଷୟ କୁମାର ନାଏକ, ଜିଲ୍ଲା ସମ୍ପାଦକ ଅଜୟ କୁମାର ସାହୁ ଏବଂ ଜିଲ୍ଲାର ବହୁ କାର୍ୟ୍ୟକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଏହି ଦାବି ପତ୍ର ଟି ୯ ଦଫା ର ଦାବୀ ନେଇ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଆସନ୍ତା ମାର୍ଚ୍ଚ ୧୫ ତାରିଖ ଦିନ ରାଜ୍ୟ ବ୍ୟାପୀ ଷ୍ଟେରିଙ୍ଗ ଛାଡି ରାଜରାସ୍ତାରେ ଗଣଧାରଣା ଦେବା ନେଇ ଚେତାବନୀ ଦେଇଛି ଓଡ଼ଶା ଡ୍ରାଇଭର ମହାସଂଘ। ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ମଧ୍ୟ ଦାବି ପତ୍ର ପ୍ରଦାନ କରିଥିଲେ।