ଅକ୍ଟୋବର ୪ରେ ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷ ଉପନିର୍ବାଚନ

0

ଦିଗପହଣ୍ଡି: ଅକ୍ଟୋବର ୪ରେ ଦିଗପହଣ୍ଡି ଫୈସଲା । ଦିଗପହଣ୍ଡି ବ୍ଲକର ଅଧ୍ୟକ୍ଷ ଉପନିର୍ବାଚନ ଆସନ୍ତା ଅକ୍ଟୋବର ୪ରେ ଅନୁଷ୍ଠିତ ହେବ । ଅକ୍ଟୋବର ୪ରେ ନାମାଙ୍କନ, ଯାଞ୍ଚ , ପ୍ରତ୍ୟାହର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଦରକାର ପଡିଲେ ସେହି ୪ରେ ମତଦାନ ହୋଇ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି କୁହାଯାଉଛି । ଏନେଇ ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ପୂର୍ବରୁ ଉପନିର୍ବାଚନ ସ୍ଥଗିତକୁ ନେଇ ଦୁଇ ଗୋଷ୍ଟୀ ମଧ୍ୟରେ ମୁହାଁମୁହିଁ ହୋଇଥିଲେ ।