ମାଲକାନଗିରି/ ସୂର୍ଯ୍ୟକାନ୍ତ ବେହେରା: ମାଓବାଦୀଙ୍କ ପକ୍ଷରୁ ଜୁଲାଇ ୧ ତାରିଖ ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶକୁ ବନ୍ଦ ଡାକରା । ତେଣୁ କରି ମାଓ ସଂଗଠନର ସ୍ପେଶାଲ ଜୋନାଲ କମିଟିର ସଚିବ “ଗଣେଶ”ଏକପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। କାରଣ ଗତ ୧୬/୦୬ ତାରିଖ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ଆନ୍ଧ୍ର ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୬ଜଣ କ୍ୟାଡ଼ର ମାଓବାଦୀ ପ୍ରାଣ ହରାଇଥିଲେ। ଯାହାକୁ ନେଇ ମାଓ ସଂଗଠନ ଏବେ ଚିନ୍ତାରେ ଏବଂ ଏହା ଏକ ଅପୂରଣୀୟ କ୍ଷତି ବୋଲି ସଂଗଠନ ଏହାକୁ କେବେ ହେଲେ ଭୁଲି ପାରିବ ନାହିଁ ବୋଲି କହିଛନ୍ତି। ଗୋଟିଏ ପଟେ ହଜାର ହଜାର ଲୋକ କରୋନାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ପଟେ ସରକାର , କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯବାନଙ୍କୁ ଲଗାଇ ଗାଁ ର ନୀରିହ ଲୋକଙ୍କ ଉପରେ ଅତ୍ୟାଚାର କରିବା ସହ ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି। ତେଣୁ ଏହି ଏନ୍ କାଉଣ୍ଟରର ପ୍ରତିବାଦରେ । ଆନ୍ଧ୍ର ଓ ଓଡ଼ିଶା ସୀମା ଡିଭିଜନ୍ ତରଫରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ସମସ୍ତ ଗଣମାଧ୍ୟମ ଓ ଜଣ ସାଧାରଣଙ୍କୁ ମାଓ ସଂଗଠନ ପକ୍ଷରୁ ନିବେଦନ କରାଯାଇଛି।