ଜୟପାଟଣା ମଣ୍ଡିରେ ପ୍ରଥମ ଦିନରେ ୨ଚାଷୀଙ୍କ ଠାରୁ ୧୭୮ କ୍ୱିଣ୍ଟାଲ ଧାନ କ୍ରୟ

0

କଳାହାଣ୍ଡି: ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପାଇଁ ଗତ ଶୁକ୍ରବାର ଜୟପାଟଣା ବ୍ଲକ ଓ କଲମପୁର ବ୍ଲକରେ ମଣ୍ଡି ଆରମ୍ଭ ହୋଇଛି। ତେବେ ଆଜି ରଣମାଲ ପେକ୍ସ ଅରେବେଡା ମଣ୍ଡିରେ ଧାନ କିଣା ଆରମ୍ଭ ହୋଇଛି । ୨ ଜଣ ଚାଷୀଙ୍କ ୧୭୮ କ୍ୱିଣ୍ଟାଲ ୨୬ କେଜି ଧାନ ପ୍ରଶାସନ ଓ ଯୋଗାଣ ବିଭାଗ ଦ୍ଵାରା କ୍ରୟ କରିଥିବା ସୁଚନା ମିଳିଛି।ଏହି ମଣ୍ଡି ଶୁଭାରମ୍ଭ ଅବସରରେ ପୂର୍ବତନ ପେକ୍ସ ସଭାପତି ସୁଧୀର କୁମାର ପଣ୍ଡା ମଣ୍ଡି ର ଉଦଘାଟନ କରିଥିଲେ ।

ଏହି ଅବସରରେ ଜୟପାଟଣା ପେକ୍ସ ଭାରପ୍ରାପ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଯୁବରାଜ ବାଗ ,ଆର.ଏମ.ସି କର୍ମଚାରୀ ରିତେଶ ବାଗ, ଚାଷୀ ଅକ୍ଷୟ ପଣ୍ଡା, ଅମୂଲ୍ୟ ପଣ୍ଡା, ନିହାରକାନ୍ତ ପଣ୍ଡା,ଭଗବାତ ନିଆଲ, ଅଚ୍ୟୁତ ପଟ୍ଟନାୟକ,ଉମେଶ ପଣ୍ଡା ଉପସ୍ଥିତ ଥିଲେ। ଚଳିତ ରବି ଡାଳୁଅ ଧାନ ସଂଗ୍ରହ ପାଇଁ ରଣମାଲ ପେକ୍ସ ଅଧୀନରେ ରଣମାଲ, ବାଣ୍ଡି ଗାଁ, ଭେଜିଗୁଡା ଓ ଅରେବେଡା ଏଭଳି ୪ ଟି ମଣ୍ଡିରେ ଧାନ ସଂଗହ କରାଯିବ ବୋଲି ସୂଚନା ମିଳିଛି। ରବି ଋତୁ ଧାନ ବିକ୍ରି ପାଇଁ  ୨୨୬୮ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି।