ଘରକୁ ଯାଉଥିବା ବେଳେ ବୃଦ୍ଧ ଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର

0

ଗଞ୍ଜାମ/ରଜନୀକାନ୍ତ ପାତ୍ର : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କମାଗଡ଼ -ଅସୁରାଇ ପଲି ରାସ୍ତାରେ ବୃଦ୍ଧଙ୍କୁ ଛୁରା ମାଡ଼, ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ପ୍ରଥମେ ଆସିକା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତରକରାଯାଇଛି । ଛୁରା ମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ଗୁରୁତର ବୃଦ୍ଧ ହେଲେ ୬୨ ବର୍ଷୀୟ ରଙ୍କ ନିଧି ପାତ୍ର ।  ରଙ୍କ ନିଧି ନିଜ ସାଇକେଲ ଯୋଗେ ବାଲିସିରା ରୁ ନିଜ ଗାଁ ଅସୁରାଇ ପଲି ଯାଉଥିବା ବେଳେ କମାଗଡ଼ -ଅସୁରାଇ ପଲି ନିକଟରେ ଗୋଟେ ବାଇକରେ ତିନି ଜଣ ଆସି ତାଙ୍କ ମୁଁହ କୁ ଛୁରା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଯାଇଛନ୍ତି । କିନ୍ତୁ ଛୁରା ମାଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଆସିକା ପୋଲିସ ପଂହଁଚି ତଦନ୍ତ ଜାରି ରହିଛି କ୍ଷ ତେବେ ବୃଦ୍ଧ ଜଣଙ୍କ ମୁଁହ ରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି ।