ହସ୍ପିଟାଲ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୮ ଜଣଙ୍କ ଜୀବନ

0

ନୂଆଦିଲ୍ଲୀ:ବିଦ୍ୟୁତ ଆଘାତରେ ଗୁରୁତର ହୋଇଥିବା ଶିଶୁକୁ ବୋଲେରୋରେ ହସ୍ପିଟାଲ ନେଇ ଯାଉଥିବା ବେଳେ ଅଘଟଣ । ଟ୍ରକ ସହିତ ବୋଲେରୋ ଧକ୍କା ହେବାରୁ ଘଟଣାସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ବୋଲେରୋ ଭିତରୁ ମୃତଦେହ ବାହାର କରିବା ପାଇଁ ଗ୍ୟାସ କଟର ସାହାଯ୍ୟ ନିଆଯାଇଥିଲା। ଗ୍ୟାସ କଟର ସାହାଯ୍ୟରେ ବୋଲେରୋ କଟାଯାଇ ସେଥିମଧ୍ୟରୁ ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
ସୂଚନାଯୋଗ୍ୟ, ତିଲୋସା ଅଞ୍ଚଳରେ ବସବାସ କରୁଥିବା ଜଣେ ଶିଶୁକୁ ବିଦ୍ୟୁତ ଆଘାତ ଲାଗିଥିଲା। ବିଦ୍ୟୁତ ଆଘାତ ଲାଗିଥିବା ଶିଶୁର ଚିକିତ୍ସା ପାଇଁ ଆଠଜଣ ଲୋକ ମିଶି ଏକ ବୋଲେରୋରେ ହସ୍ପିଟାଲ ଅଭିମୁଖେ ଯାତ୍ରା କରିଥିଲେ। ସେହି ରାସ୍ତାରେ ଏକ ଟ୍ରକ ଛିଡ଼ା ହୋଇଥିଲା। ରାତି ଅଧିକ ହୋଇଥିବାରୁ ବୋଲେରୋ ଚାଳକ ଉକ୍ତ ଟ୍ରକକୁ ଦେଖି ପାରି ନଥିଲେ। ଫଳରେ ଦ୍ରୁତଗତିରେ ଆସୁଥିବା ବେଳେ ଉକ୍ତ ଟ୍ରକ ସହିତ ବୋଲେରୋ ଧକ୍କା ହୋଇଥିଲା।