ପୁଣି ଧାରଣାରେ ବସିଲା ଦୀପିକା । ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଲେ ଦୀପିକା । ଘର ସାମ୍ନାରେ ବସିବାରୁ ପ୍ରେମିକଙ୍କ ମାଙ୍କ ସହ ଦୀପିକାଙ୍କ ବଡ ଝଗଡା ହୋଇଛି ।ଧାରଣାରେ ବସିଥିବା ବେଳେ ପ୍ରେମିକଙ୍କ ମାଆ ଦୀପିକାଙ୍କ ଉପରକୁ ଲଙ୍କାପାଣି ପକାଇଦେଇଥିବା ସେ ଅଭିଯୋଗ କରିଛନ୍ତି । ଓଦା ଅବସ୍ଥାରେ ଯାଇ ବ୍ରହ୍ମପୁର ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଦୀପିକା । ଗତ ବର୍ଷ ପ୍ରାୟ ୬ ମାସ ଧରି ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଥିଲେ ଦୀପିକା । ମାମଲା ହାଇକୋର୍ଟକୁ ଯିବା ପରେ ନ୍ୟାୟ ଆଶାରେ ଧାରଣାରୁ ଉଠିଯାଇଥିଲେ ଦୀପିକା । ବର୍ଷେ ବିତି ଯାଇଥିଲେ ମଧ୍ୟ ମାମଲା କୋର୍ଟରେ ବିଚାରଧୀନ ଥିବାରୁ ପୁଣି ଧାରଣା ଦେଇଛନ୍ତି ଦୀପିକା ।