ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

0

ସେକ ଫଇଜାନ କାଦରୀ / ଭଦ୍ରକ: ଭଦ୍ରକ ଜିଲ୍ଲା  ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନI ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର କହଁରାପୋଖରୀ ଛକ ନିକଟରେ ଥିବା ଏକ ଟିଣ ଘରେ ଚଢ଼ାଉ କରାଯାଇ ୪୮୦ ବୋତଲ ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ. ଗିରଫ ଅଭିଯୁକ୍ତ ଜଣକ ହେଲେ ଭଦ୍ରକ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ଼ ଗ୍ରାମର କୁଳମଣି ଦାସ. ଜବତ ମଦର ଆନୁମାନିକ ମୂଲ୍ୟ  ୦୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି  ସୂଚନା ମିଳିଛି ।