ଛେଳି ଚୋରି କରି ଯୁବକ ଗିରଫ

0

ସୋନପୁର/ଓମପ୍ରକାଶ ମିଶ୍ର: ଛେଳି ଚୋରି କରିବା ଅଭିଯୋଗ ରେ ଅଭିଯୁକ୍ତ କୁ ଧରି କୋର୍ଟ ଚାଲାଣ କରାଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା କମଶରା ଫାଣ୍ଡି ଅଧନସ୍ଥ ବେହେରା ମୁହାଣ ଗ୍ରାମର ଜଣେ ଯୁବକକୁ ପୁଲିସ ଛେଳି ଚୋରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି।
ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝିଙ୍କ ସୂଚନା ଅନୁସାରେ ଅକ୍ଷୟ ବଗର୍ତି ଙ୍କ ଗତ ୨୧ ତାରିଖ ରାତିରେ ଏକ ଅଣ୍ଡିରା ଛେଳି ନିଖୋଜ ଥିବା କମସରା ଫାଣ୍ଡି ରେ ଜଣାଇଥିଲେ ।ପୋଲିସ ଫାଣ୍ଡି ଅଧିକାରୀ କୌଣସି ସୁତ୍ରରୁ ଆଜି ଖବର ପାଇ ବଡଛେପାପାଲି ଗ୍ରାମ ରୁ ଛେଳି ସହ ଅଭିଯୁକ୍ତି ଖୁସିରାମ ଭୋଇ କୁ ଠାବ କରିଥିଲେ।ଫାଣ୍ଡି ଅଧିକାରୀ ଅଭିଯୁକ୍ତ କୁ ଧରି କୋର୍ଟ ଚାଲାଣ କରାଯାଇଛି।