ଘରେଇ ଆମ୍ବୁଲାନ୍ସ ଦୃଘଟଣାରେ ଗଲା ଦେଢ଼ବର୍ଷ ଶିଶୁପୁତ୍ରର ଜୀବନ

0

କେନ୍ଦୁଝର/ ବିଜୟ କୁମାର କାରୁଆ : ଭାରସାମ୍ୟ ହରାଇ ଗଛରେ ଧକ୍କା ହେଲା ଘରୋଇ ଆମ୍ବୁଲାନ୍ସ । ଦେଢ଼ବର୍ଷ ର ଶିଶୁ ମୃତ ସହ ୪ଜଣ ଗୁରୁତର ହୋଇଥିବା ସୂଚନା । ଗୁରୁତର ମାନଙ୍କୁ କେନ୍ଦୁଝର ମୂଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ , ପାଟଧନଜୟପୁର ଗ୍ରାମ ର ଗଗନ ମହାନ୍ତ ଦେଢ଼ବର୍ଷ ଶିଶୁପୁତ୍ର ର ଘଟଗାଁ ମା ତାରିଣୀ ପାଖରେ ମାନସିକ ଥିବା ବେଳେ ଘଟଗାଁ ରୁ ମା’ଙ୍କ ଦର୍ଶନ ସାରି ନିଜ ଘରେଇ ଆମ୍ବୁଲାନ୍ସ ଯୋଗେ ପରିବାର ସହ ଫେରୁଥିବା ବେଳେ ସମୟରେ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ପୁରୁଣିଆ ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।ଏନେଇ ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ର ତଦନ୍ତ ଚଳାଇଛି ।