ନୟାଗଡ଼ / ମାନସ କୁମାର ସାହୁ : ମର୍ମନ୍ତୁଦ ସଡକ ଦୁର୍ଘଟଣା ଗଲା ଜୀବନ । ଦଶପଲ୍ଲା ଥାନା ଅନ୍ତର୍ଗତ ବୁଗୁଡା ଟାକରା ମଧ୍ୟସ୍ଥଳ ଖରଡାପିଟା ଘାଟି ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଗତ ରାତି ଭୋର ସମୟରେ ଏକ ଟ୍ରଲର ପଛରେ ଧକ୍କା ଦେଲା ଏକ ଯାତ୍ରୀବାହି ଟ୍ରାଭଲର। ଘଟଣା ସ୍ଥଳରେ ଜଣେ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ତେବେ ମୃତକ ଜଣଙ୍କ ହେଲେ ଅଠଗଡ଼ ଅଞ୍ଚଳର ତ୍ରିଲୋଚନ ରାଉତ। ଦାରିଙ୍ଗବାଡି ରୁ ପିକନିକ ସାରି ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଘଟଣା ସ୍ଥଳରେ ଦଶପଲ୍ଲା ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଦଶପଲ୍ଲା ଡାକ୍ତରଖାନା କୁ ଭର୍ତି କରାଯାଇଥିବା ବେଳେ ଜଣ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ରହିଛି ।