କୁଆଖିଆ ନଦୀ ପୋଲରେ ଟ୍ରକ୍ କାର୍ ମୁହାଁମୁହିଁ ଧକ୍କା ଜଣେ ମୃତ, ଚାରି ଗୁରୁତର

0

କଟକ /ପ୍ରଦିପ୍ କୁମାର ନାୟକ:  କଟକ ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ସିମେଣ୍ଟ ବୋଝେଇ ଟ୍ରକ ସହ ମାରୁତି କାରର ମୁହାଁମୁହିଁ ଧକ୍କା। ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲ ରେ ଭର୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏକ ସିରିଏଲ ସୁଟିଂ ସାରି କାରରେ କିଛି ଲୋକେ ଫେରୁଥିବା ବେଳେ ବ୍ରିଜ ଉପରେ ଏକ ସିମେଣ୍ଟ ବୋଝେଇ ଟ୍ରକ କାରଟିକୁ ମୁହାଁମୁହିଁ ଧକ୍କା ଦେଇଥିଲା। କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଟ୍ରକ୍ ଟି ବ୍ରିଜର ବାଡ଼ା ଭାଙ୍ଗି ନଦୀ ଭିତରକୁ ଗଳି ପଡିଥିଲା। ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରିଥିଲେ। ଆହତଙ୍କ ମଧ୍ୟରେ କାର ଡ଼୍ରାଇଭର, ଟ୍ରକ୍ ଡ୍ରାଇଭର ଙ୍କ ସମେତ ଦୁଇଜଣ ମହିଳା ଅଛନ୍ତି।