କଣ୍ଟାବାଞ୍ଜି: ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳିଙ୍କ ମୃତ୍ୟୁ । ସାପ୍ତାହିକ ହାଟକୁ ଯିବାବେଳେ ଚଟୁଅନକା ନିକଟରେ ଘଟିଥିଲା ଦୁର୍ଘଟଣା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନଖା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଳନ୍ଧର ଦୀପ। ତାଙ୍କ ଘର ମୁଣ୍ଡାଗାଁରେ
କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତାରୋକ କରିଛନ୍ତି । ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। କଣ୍ଟାବାଞ୍ଜି ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।