କିନୌର : ଆଜି ହିମାଚଳପ୍ରଦେଶରେ ଭୂସ୍ଖଳନ ହୋଇଥିବା ନେଇ ଖବର ମିଳିଛି । ଏବେ ମଧ୍ୟ ୩୦ରୁ ଅଧିକ ଲୋକେ ନିଖୋଜ ରହିଛନ୍ତି ।ଏନଡିଆରଏଫ,ସେନା,ସ୍ଥାନୀୟଲୋକେ ଉଦ୍ଧାର କାର୍ୟ୍ୟ କରୁଥିବା ସମୟରେ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ସରକାରୀ ବସ ସହ ଅନ୍ୟ ଯାନ ଏବେ ମଧ୍ୟ ମାଟିତଳେ ଚାପି ହୋଇ ରହିଛି ।ହିମାଚଳପ୍ରଦେଶର ରେକାଙ୍ଗପିଓର ଉତ୍ତରାଖଣ୍ଡର ହରିଦ୍ୱାରକୁ ଏହି ସରକାରୀ ବସ ଯାଉଥିଲା ବୋଲି ଜଣାପଡିଛି । କିନୌର ଜିଲାର ନିଗୁଲସେରୀ ୫ ନମ୍ବର ଜାତୀୟ ରାଜପଥରେ ଚୀଲ ଜଙ୍ଗଲ ନିକଟରେ ପାହାଡ ଧସିବା ଫଳରେ ଯାଉଥିବା ସରକାରୀ ବସ,ଟ୍ରକ ଅନ୍ୟ କିଛି ଗାଡି ସହ ୪୦ ରୁ ଅଧିକ ଲୋକେ ଚାପି ହୋଇ ରହିଥିବା ନେଇ ସୂଚନା ମିଳିଛି । ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶର କିନ୍ନୋରଠାରେ ଭୂସ୍ଖଳନ ଘଟିଛି। ଯାତ୍ରୀବାହୀ ବସ ମାଟିତଳେ ଦବି ହୋଇ ରହିଯାଇଛି। ଆବର୍ଜନାରେ ପୋତି ହୋଇଗଲା। ଏହା ସହିତ ଦୁଇଟି କାର୍ ମଧ୍ୟ ମାଟି ଗଦାରେ ପୋତି ହୋଇ ଯାଇଛି।