ବାଇକ ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

0

ଟାଙ୍ଗୀ / ରାକେଶ କୁମାର ଜଗଦେବ  : ବାଇକ ଦୁର୍ଘଟଣାରେ   ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର । ଏଭଳି ଦୁର୍ଘଟଣା ଘଟିଛି  ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡେଶ୍ୱର ନିକଟରେ । ମୃତକଙ୍କ ନାମ କାଳିଆ ପ୍ରଧାନ( ୨୩  ବର୍ଷ ) ଓ ଗୁରୁତର ଙ୍କ ନାମ ଓମ ପ୍ରକାଶ ଶତ୍ରୁ୍ସଲ୍ୟ (୧୯ ବର୍ଷ) ହୋଇଥିବା ବେଳେ ଉଭୟଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା କୁହୁଡି ଗ୍ରାମରେ  ବୋଲି ଜଣା ପଡିଛି । ଖବର ପାଇ  ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ,  କାଳିଆ ଓ ଓମ ପ୍ରକାଶ ଗୋଟିଏ ବାଇକ ରେ କୁହୁଡିରୁ ଟାଙ୍ଗୀ ଅଭିମୁଖେ ଆସୁଥିଲେ ।  ଦ୍ରୁତ ଗତିରେ ଆସିବା ଯୋଗୁଁ ବାଇକ ଭାରସାମ୍ୟ ହରାଇ ଚଣ୍ଡେଶ୍ୱର ନିକଟରେ ଦିଭାଇଡ଼ରରେ ପିଟି ହୋଇଥିଲା ।  ଫଳରେ ଉଭୟ ଗୁରୁତର ହୋଇ ପଡ଼ିଥିଲେ ।  ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ଭର୍ତ୍ତି କରିଥିଲେ ।  ସେଠାରେ  କାଳିଆ ପ୍ରଧାନ ର ମୃତ୍ୟୁ ହୋଇ ଯାଇଥିବା ବେଳେ ଓମ ପ୍ରକାଶ କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରା ଯାଇଛି । ଖବର ପାଇ ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଛି ।