କଳାହାଣ୍ଡି : ଲଗାଣ ବର୍ଷା ଯେଗୁ ଅଘଟଣ । ଲଗାଣ ବର୍ଷା ଯେଗୁ କାନ୍ଥ ଭୁଶୁଡି ଜଣେ ବ୍ୟାକ୍ତିଙ୍କ ମୃତ ହୋଇଛି । ଏପରି ଘଟଣା ଘଟିଛି କଳାହାଣ୍ଡିରେ ଜିଲ୍ଲାରେ । କଳାହାଣ୍ଡି ଲାଞ୍ଜିଗଡ ବ୍ଲକ ତୁମେରମୁଣ୍ଡା ଗାଁର ରୁଷି ସାହୁ ଘରେ ଶୋଇଥିବା ବେଳେ ତାଙ୍କ ଉପରେ କାନ୍ଥ ଭୁଶୁଡି ପଡିଥିଲା । ସ୍ଥାନୀୟ ଲୋକେ ପ୍ରାୟ ୩୦ ମିନିଟ୍ ପରେ ତାଙ୍କୁ କାନ୍ଥ ତଳୁ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।