(ସୂର୍ୟ୍ୟକାନ୍ତ ବେହେରା /ମାଲକାନଗିରି): ମାଲକାନଗିରି ଜିଲ୍ଲା ପୋଲିସ ନିକଟରେ ହାର୍ଡକର ମାଓବାଦୀ ମହାଦେବ ମାଡକାମୀ ଓରଫ ମନୁ ଆତ୍ମସମର୍ପଣ କରିଛି। ସୁଚନା ଅନୁଯାୟୀ ଦୀର୍ଘ ୫ ବର୍ଷ ଧରି ମନୁ ମାଓ ସଙ୍ଗଠନରେ କାର୍ୟ୍ୟ କରୁଥିବା ବେଳେ ସେ ମହୁପଦର ଡିଭିଜନରେ ପାର୍ଟି ମେମ୍ବର ଥିଲା । ମାଓ ସଂଗଠନ ନିଜର ସତ୍ତା ହରାଉଥିବା ବେଳେ ଆଦିବାସୀ କ୍ୟାଡ଼ରଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଏହାସହ ମହୁପଦର ଅଞ୍ଚଳରେ ସରକାରଙ୍କ ବିକାଶ ମୂଳକ ପଦକ୍ଷେପ ଓ ପୋଲିସର କଡା ପଦକ୍ଷେପକୁ ଦୃଷ୍ଟିରେ ରଖି ମନୁ ଆତ୍ମସମର୍ପଣ କରିଥିବା ମତ ରଖିଛି । ମନୁ ଅନେକ ହିଂସାକାଣ୍ଡରେ ଜଡିତ ଥିବା ବେଳେ ମନୁର ଆତ୍ମସମର୍ପଣ ମାଓ ସଙ୍ଗଠନକୁ ବଡ଼ ଝଟକା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।