ଯୋଡ଼ା / ରମେଶ ଚନ୍ଦ୍ର ମହାପାତ୍ର : ଶୌଚ ହେବାକୁ ଯାଇ ହାତୀ ଆକ୍ରମଣରେ ଜଣେ ଆହତ । ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ମଙ୍ଗଳ ପୁର ଗ୍ରାମର ବୈଶାଖୀ ମୁଣ୍ଡା ଆଜି ଗ୍ରାମ ର ଅନ୍ୟ ସାଙ୍ଗ ଙ୍କ ସହିତ ସକାଳୁ ଶୌଚ ହେବାକୁ ବୈତରଣୀ ନଦୀ କୁ ଯାଇ ଥିବା ବେଳେ ହାତୀ ହାବୁଡରେ ପଡିବାରୁ ଗୁରୁତର ଆହତ ହୋଇଛନ୍ତି। ହାତୀ ସହିତ ଦୁହେଁ ସାମ୍ନାସାମ୍ନି ହେବାପରେ ପରେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ। ତେବେ ବୈଶାଖୁ ଏକ ଖାଲରେ ପଡ଼ିଯିବା ପରେ ହାତୀ ତାକୁ ଗୋଡ଼ ରେ ମାରିଥିଲା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି ଆହତ ଙ୍କୁ ସ୍ଥାନୀୟ ଲୋକମାନେ ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଖବର ପାଇ ଚମ୍ପୁଆ ବନବିଭାଗ ଡାକ୍ତର ଖାନା ରେ ପହଞ୍ଚି ଥିବା ଜଣାପଡିଛି। ଆଜି ସକାଳୁ ଏହି ଏଗାର ଟିକିଆ ହାତୀ ପଲ ରଜିଆ ଜଙ୍ଗଲ ରୁ ମଙ୍ଗଳ ପୁର ଗାଁରେ ପ୍ରବେଶ କରିଥିବା ବେଳେ ବନବିଭାଗ ହାତୀ ଉପରେ ନଜର ରଖିଛି ।