ପାକିସ୍ଥାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଜଣେ ଜଣେ

0

ବାଲେଶ୍ୱର : ଜଣେ ପାକିସ୍ଥାନକୁ ଗୁପ୍ତ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହୋଇଛି । ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୋଲିସ ଗିରଫ କରିଛି । ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୋଲିସ ପ୍ରମେମିଟ୍ କରି ସୂଚନା ଦେଇଛି । ଏହି ଘଟଣାରେ ବାଲେଶ୍ୱର ପୋଲିସ ଏବଂ ସେଣ୍ଟରାଲ ଏଜେନ୍ସି ମିଳିତ ଭାବେ ତଦନ୍ତ କରି ଜଣକୁ ଗିରଫ କରିଛନ୍ତି । ଏନେଇ ଆଇଜି ହିମାଂଶୁ ଲାଲ, ଏସପି ସାଗରିକା ନାଥ କହିଛନ୍ତି ଯେ, ଯାହାକୁ ଗିରଫ କରାଯାଇଛି ତା’ପାଖରେ ସବୁ ତଥ୍ୟ ରହିଛି । ଯାହା ପ୍ରଥମିକ ତଦନ୍ତରୁ ଜଣାପଡିଛି ମୋବାଇଲ୍ ମାଧ୍ୟମରେ ତଥ୍ୟ ଲିକ୍ କରାଯାଇଛି । ନିରପେକ୍ଷ ଭାବେ ତଦନ୍ତ ଚାଲିଛି । ଆଗକୁ ପଚରାଉଚରା ଚାଲିବ, ଆଗକୁ ତଥ୍ୟ ଆଧାରରେ ଆକ୍ସନ ନିଆଯିବ ।