ବିଷମକଟକ: ଟ୍ୟାଙ୍କର ଧକ୍କାରେ ଜଣେ ଗୁରୁତର ,ଜଣେ ଆହାତ । ଏଭଳି ଘଟଣା ଘଟିଛି ବିଷମକଟକ ଥାନା ଗତିଗୁଡା ନିକଟରେ । ଅପରାହ୍ନ ସମୟରେ ଦ୍ରୁତଗତିରେ ରାୟଗଡା ଠାରୁ ଲାଞ୍ଜିଗଡ ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କର ଆସି କଲଭଟକୁ ଧକ୍କା ଦେଇଥିଲା ଫଳରେ କଲଭଟରେ ବସିଥିବା ଜଣେ ବୃଦ୍ଧଚାପି ହୋଇଯାଇଥିଲେ । ଫଳରେ ସ୍ଥାନୀୟଲୋକ ଉଦ୍ଧାର କରି ବିଷମକଟକ ଗୋଷ୍ଠୀସ୍ବାସ୍ଥକେନ୍ଦ୍ରରେ ବୃଦ୍ଧଙ୍କୁ ଭର୍ତ୍ତି କରିଛନ୍ତି । ଗୁରୁତର ବୃଦ୍ଧ ଜଣଙ୍କ ସ୍ଥାନୀୟ ଗତିଗୁଡା ଗ୍ରାମର ଦଣ୍ଡାସି ବାଗ୍ ଓ ଆହାତ ବ୍ୟକ୍ତି ଢେପାଗୁଡା ଗ୍ରାମର ଭାସ୍କର ପାତ୍ର ବଲି ଜଣାପଡିଛି । ତେବେ ଘଟଣାକୁ ନେଇ ସ୍ଥାନୀୟ ଲୋକ କ୍ଷତୀପୂରଣ ଦାବି କରିବା ସହ ରାସ୍ତାରୋକ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।