ଝାଙ୍କରପଡା ଅଞ୍ଚଳରେ ଝାଡାବାନ୍ତି , ଜଣେ ମୃତ

0

ପାଟଣାଗଡ଼ / ଜଗନ୍ନାଥ ଧରୁଆ : ପାଟଣାଗଡରେ ଝାଡାବାନ୍ତି, ଜଣେ ମୃତ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ବାଲିପଟା ଗ୍ରାମର ଝାଙ୍କରପଡା ରେ ଝାଡାବାନ୍ତି ଆକ୍ରାନ୍ତ ଦେଖା ଦେଇଛି । ଝାଙ୍କରପଡାର ପ୍ରଫୁଲ୍ଲ ସାହୁ (୬୫ ବର୍ଷ )ଗତ ରାତିରେ ଝାଡାବାନ୍ତି ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ, ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
ସୂଚନା ଅନୁସାରେ ଝାଙ୍କରପଡାର ପ୍ରାୟ ସମସ୍ତଙ୍କୁ ଝାଡା ହୋଉ ଥିବାରୁ ଆଜି ଘସିଏନ ମୋବାଇଲ ୟୁନିଟ ଡାକ୍ତର ଅଶୋକ ମହାକୁଡଙ୍କ ନେତୃତ୍ୱରେ ଏକ ଟିମ ବାଲିପଟାରେ ପହଞ୍ଚି ପ୍ରତ୍ୟେକ ଘର କୁ ଘର ବୁଲି ସାସ୍ଥ୍ୟ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଔଷଧ ବଣ୍ଟନ କରିଥିବା ବେଲେ ସମସ୍ତଙ୍କୁ ପାଣି ଫୁଟାଇ ପିଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ପଟେ ଆର ହୁ ଏସଏସ ଟିମ୍ ପହ ପଡା ରେ ଥିବା ପ୍ରତ୍ୟେକ ନଳକୂପ କୁ ବ୍ଲିଚିଙ୍ଗ ପାଉଡର ଦେବା ସହ ପାଣିର ନମୂନା ସଂଗ୍ରହ କରି ପରୀକ୍ଷା ପାଇ ପଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଝାବାବାନ୍ତି ନିୟନ୍ତ୍ରଣ ଥିବା ଡାକ୍ତର ମହାକୁଡ କହିଛନ୍ତି ଓ ସଚେତନ ହେବା ପାଇ ପରାମର୍ଶ ଦେଇଛନ୍ତି ।