ବାଲେଶ୍ଵର/ ଅଜିତ କୁମାର ସାହୁ: ବଜ୍ରାଘାତରେ ଚାଲିଗଲା ଜୀବନ । ସିଂଲା ଥାନା ଗିଲାଜୁଡ଼ି ଗ୍ରାମରେ ଘଟିଛି ଏହି ଦୁଖଦ ଘଟଣା । ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଗ୍ରାମର ବିଷ୍ଣୁ ଚରଣ ବାରିକ୍ ( ୪୮)ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ରିକ୍ସା ଚାଳକ ଅଟନ୍ତି। କାମସାରି ନିଜ ଘରକୁ ଫେରୁଥିବା ବେଳେ ବଜ୍ରାଘାତର ସୀକାର ହୋଇଥିଲେ। ତେବେ ଚେତାସୁନ୍ୟ ଅବସ୍ଥାରେ ସ୍ଥାନୀୟ ଲୋକେ ବସ୍ତା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ପରିବାର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ବିଷ୍ଣୁ । ତାଙ୍କ ପରିବାର କୁ ସରକାରୀ ସହାୟତା ସହିତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନିୟଲୋକେ ।