ବାଲେଶ୍ବର: ଗୋଧୋଇବା ବେଳେ ପୋଖରୀରେ ବୁଡି ଜଣେ ନାବାଳିକା ମୃତ , ଦୁଇ ଜଣ ଗୁରୁତର । ସୂଚନା ଅନୁଯାୟୀ ରେମୁଁ ଗ୍ରାମର ବିଦ୍ୟାଧର ଜେନାଙ୍କ ପୁଅ ବିବାହର ରିସେପସନ ଥିବା ବେଳେ, ତାଙ୍କ ଘରକୁ ବନ୍ଧୁ ବାନ୍ଧବ ଆସିଥିଲେ । ଘରେ ସମସ୍ତେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିଲା ବେଳେ ,୩ ଜଣ ନାବାଳିକା ଘର ନିକଟରେ ଥିବା ପୋଖରୀକୁ ଗୋଧୋଇବାକୁ ଯାଇଥିଲେ । କିନ୍ତୁ ଗୋଧୋଇବା ସମୟରେ ଅସାବଧାନତା ବଶତଃ ୩ ଜଣ ଯାକ ପୋଖରୀରେ ବୁଡି ଯାଇଥିଲେ । ଘର ଲୋକେ ସେମାନଙ୍କୁ ଖୋଜାଖୋଜି କରି ନପାଇବାରୁ ନିକଟରେ ଥିବା ପୋଖରୀରେ ଭାସୁଥିବାର ଦେଖି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଥିଲେ , ଅନ୍ୟ ୨ ଜଣ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଛି।