ଗାଧୋଇବାକୁ ଯାଇ ପାଣିରେ ବୁଡି ଚାଲିଗଲା ଜୀବନ

0

ଗଞ୍ଜାମ / ରଜନୀକାନ୍ତ ପାତ୍ର: ପାଣିରେ ବୁଡି ଚାଲିଗଲା ଜୀବନ । ସାନଖେଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଲରାପଦରା ହାଡି ନାଳ ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ସେରଗଡ ବ୍ଲକ ହିଂଜିଳି ଥାନା ପଥରପୁଞ୍ଜି ଗ୍ରାମର ବିନ ସ୍ୱାଇଁ(୫୨)ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ,ବିନ ସ୍ୱାଇଁ ତାଙ୍କ ମାମୁଁ ଘର ଭୋଜିକୁ ଆସିଥିଲେ । ସକାଳେ ଗାଧୋଇବା ପଇଁ ଯାଇଥିବା ବେଳ ତାଙ୍କର ଗୋଡ ଖସି ଯାଇ ଗଣ୍ଡ ଭିତରେ ପଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇଛି ।