ଝାଡଖଣ୍ଡ: IED ବିସ୍ଫୋରଣରେ ଯବାନ ସହିଦ । ଏହି ଅଭାବନୀୟ ଘଟଣା ଘଟିଛି ଜରାଇକେଲା ଥାନା ରାଧାପୋରା ଅଞ୍ଚଳରେ । ଏଥିରେ ଜଣେ କନେଷ୍ଟବଳ ସହିଦ ହୋଇଥିବା ବେଳେ ଜଣେ ସିଆରପିଏଫ ଯବାନ ଗୁରୁତର ହୋଇଥିବା କୁହାଯାଉଛି । ତେବେ ସହିଦ ହୋଇଥିବା ଯବାନ ଜଣଙ୍କ ଝାଡଖଣ୍ଡ ଜାଗୁଆର ଅଞ୍ଚଳର ବୋଲି ସୂଚନା ରହିଛି ।
ସୂଚନା ଅନୁଯାୟୀ, ଏହି ବିସ୍ଫୋରଣରେ କୋବ୍ରା ୨୦୩ ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ରାଞ୍ଚି ନିଆଯାଇଥିଲା । ରାଞ୍ଚିର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଧନଙ୍କର ମୃତ୍ୟୁ ଘଟିଛି। ସାଇନିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ଦେଇଛନ୍ତି କୋଲହାନ ଡିଆଇଜି ମନୋଜ ରତନ ଚୋଠେ । ଛୋଟନାଗରା ଓ ଜରାଇକେଲା ଥାନା ସୀମାନ୍ତରେ ଥିବା ଏକ ଜଙ୍ଗଲଅଞ୍ଚଳରେ ନକ୍ସଲମାନେ ଗୁଳି ଚଳାଇବା ସହ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆଇଇଡି ଚଳାଇଥିଲେ। ଏହାର ଜବାବରେ ସୁରକ୍ଷାବାହିନୀ ପକ୍ଷରୁ ଜବାବ ଦିଆଯାଇଥିଲା।