ବାଙ୍ଗଲାଦେଶରେ ଏକ ସପ୍ତାହ ଲକଡାଉନ ଘୋଷଣା

0

ଢାକା: ଦେଶବ୍ୟାପୀ ସାପ୍ତାହିକ ଲକଡାଉନ ଘୋଷଣା କରିବାକୁ ଯାଉଛି ବାଙ୍ଗଲାଦେଶ । ଆସନ୍ତା ୫ ତାରିଖରୁ ଦେଶବ୍ୟାପୀ ଏକ ସପ୍ତାହ ଧରି ଲକଡାଉନ ହେବ ବୋଲି ଆଜି ଘୋଷଣା କରାଯାଇଛି । ଢାକା ଟ୍ରିବ୍ୟୁନ ଅନୁଯାୟୀ , ବାଙ୍ଗଲାଦେଶର ଆୱାମୀ ଲିଗ ସାଧାରଣସଚିବ ତଥା ପରିବହନ ମନ୍ତ୍ରୀ ଓବୈଦୁଲ କୁଦାର କହିଛନ୍ତି, ଦେଶରେ ଏକ ସପ୍ତାହ ଧରି ଲକଡାଉନ ହେବ ବୋଲି ଶନିବାର ଦିନ କହିଛନ୍ତି ।
ଏହି ଲକଡାଉନ ସମୟରେ ସମସ୍ତ ଅଫିସ, କୋର୍ଟ ବନ୍ଦ ରହିବ । କିନ୍ତୁ ମିଲ ଓ ଇଣ୍ଡଷ୍ଟ୍ରି ପାଳି କରି ସେମାନଙ୍କ କାର୍ଯ୍ୟ ଜାରି ରଖିବେ ବୋଲି ଫରହାଦ ହୁସେନ, ସାଧାରଣ ପ୍ରଶାନସନର ଗୃହ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ମିଲ ଓ ଇଣ୍ଡଷ୍ଟ୍ରୀ ବନ୍ଦ ହୋଇଗଲେ ସେଠାରେ କାର୍ଯ୍ୟକରୁଥିବା କର୍ମଚାରୀ ଘରକୁ ଫେରିବେ ।
ଗତ ୨୪ ଘଣ୍ଟାରେ ବାଙ୍ଗଲାଦେଶରେ ୬୮୩୦ ନୂଆ ସଂକ୍ରମିତ ଚହ୍ନଟ ହୋଇଛନ୍ତି, ଯାହା ଗୋଟିଏ ଦିନରେ ସର୍ବାଧିକ ୨୩.୨୮ ପ୍ରତିଶତ ରହିଛି ।