ଭୁବନେଶ୍ୱର : ଅସ୍ତରଙ୍ଗ ହାତରେ ପିଆଜ ବଢିଥିବା ସୂଚନା । ଆଳୁ ସଙ୍କଟ ନ ସରୁଣୁ ପିଆଜ ପାଇଁ ଚିନ୍ତା ବଢ଼ିଲା । ପିଆଜ କିଳା ପ୍ରତି ୬୦-୭୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଭବିଷ୍ୟତରେ ଆହୁରି ଦର ବୃଦ୍ଧିର ଆଶଙ୍କା ରହିଛି । ବଜାରରେ ଆଳୁ ଆଉ ପିଆଜ ଦାରାକୁ ନେଇ ଗ୍ରାହକ ବ୍ୟବସାୟୀମାନେ ଚିନ୍ତିତ । ବଜାରରେ ଆଳୁ ଦର ଚାଳିଶ ଟଙ୍କା ଥିଲେ ବି ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବା ଆରମ୍ଭ କଲାଣି । ଆଜି ଅସ୍ତରଙ୍ଗ ହାଟ ବଜାରରେ ଷାଠିଏ ରୁ ସତୁରି ଟଙ୍କାରେ ପିଆଜ ବିକ୍ରି କରାଯାଇଛି । ଯାହାକୁ ଦେଖି ବ୍ୟବସାୟୀ ଠାରୁ ଗ୍ରାହକ ସମସ୍ତେ ଚିନ୍ତାରେ ପଡିଛନ୍ତି । ପିଆଜ ଦର ଆଉ ଆଗକୁ ପୁଣି ବଢିବାର ଆଶଙ୍କା ଉପନୀତ ହେଉଥିବା ବେଳେ ଗ୍ରାହକଙ୍କ କିଣିବା ପରିମାଣ ମଧ୍ୟ କମିଯାଇଥିବା ଦେଖିବାକୁ ମିଳିଛି ।