ପ୍ରତି ଭାରତୀୟଙ୍କ ଖାଇବା ଥାଳିରେ ରାଇତା ଏକ ପ୍ରମୁଖ ଖାଦ୍ୟ । ଦହିରେ ପ୍ରସ୍ତୁତ ଏହି ଖାଦ୍ୟ ଯାହାକୁ ସାଧାରଣତ ଆମେ ଭାତ ,ବିରିୟାନି,ପରଟା କିମ୍ବା ରୁଟିରେ ଖାଇଥାଉ । ଦହିରେ ଥିବା ପ୍ରୋ-ବାୟୋଟିକ୍ ଗୁଣ ଯୋଗୁଁ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଭଲ। ତେଣୁ ରାଇତା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସାହାଯ୍ୟ କରେ। ଖାଲି ସେତିକି ନୁହେଁ, ଦହି ଖାଇଲେ ଓଜନ ହ୍ରାସ ହୋଇଥାଏ। ଶରୀରରେ ରକ୍ତଚାପ ଓ କୋଲେଷ୍ଟ୍ରଲ ସ୍ତରକୁ ମଧ୍ୟ ନିଯନ୍ତ୍ରଣ କରିଥାଏ ଦହି।
ରାଇତାକୁ ଆହୁରି ସ୍ବାଦିଷ୍ଟ କରିବା ପାଇଁ ଲୋକେ ସେଥିରେ କାକୁଡ଼ି, ଗାଜର ସହିତ କଞ୍ଚାଲଙ୍କା, ପିଆଜ, ଟମାଟୋ, ପୋଦିନା ଓ ଧନିଆପତ୍ର ପକାଇଥାନ୍ତି। କେହି କେହି କେବଳ ଦହିରେ କଳା ଲୁଣ ଓ ଜିରାଗୁଣ୍ଡ ପକାଇଥାନ୍ତି। ଏସବୁ ଜିନିଷ ସ୍ବାସ୍ଥ୍ୟ ପାଇଁ ଭଲ। ହେଲେ ଆପଣ ଜାଣନ୍ତି କି? ‘ରାଇତା’ରେ ଏମିତି ଏକ ଜିନିଷ ରହିଛି ଯାହା ଆପଣ ସ୍ବାସ୍ଥ୍ୟକୁ ବିଗାଡ଼ି ପାରେ। ଆଉ ସେହି ଜିନିଷଟି କ’ଣ ଜାଣନ୍ତି। ତାହା ହେଲା କଞ୍ଚା ପିଆଜ। ଦହିରେ ପିଆଜ ମିଶାଇ ଖାଇଲେ ଏହା ଶରୀରରେ ବିପରିତ ପ୍ରତିକ୍ରିୟା କରାଏ। ଫୁଡ୍ ପଏଜନିଂ ଭଳି ସମସ୍ୟା ସୃଷ୍ଟି କରିପାରେ।
ଆୟୁର୍ବେଦରେ ଦହି ଓ ପିଆଜକୁ ବିରୁଦ୍ଧା ଅନ୍ନ ବା ବିପରିତ ଗୁଣ ଥିବା ଖାଦ୍ୟ ଭାବେ ବର୍ଣ୍ଣନା କରାଯାଇଛି। ପିଆଜ ଗରିଷ୍ଠ ଖାଦ୍ୟ ହୋଇଥିବା ବେଳେ ଦହି ଥଣ୍ଡା ଖାଦ୍ୟ। ଦହି ଓ ପିଆଜକୁ ଏକାଠି ଖାଇଲେ, ଏହା ଶରୀରରେ ଥିବା ବାତ, ପୀତ ଓ କଫର ସନ୍ତୁଳକୁ ବିଗାଡ଼ି ଥାଏ।
ଏହାଦ୍ବାରା ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦିଏ। ଯେମିତି କି ଅମ୍ଳତା, ପେଟ ଫାଙ୍କିବା, ବଦହଜମି ଭଳି ପାର୍ଶ୍ବ ପ୍ରତିକ୍ରିୟା କରାଏ। କେତେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଦହି ଓ କଞ୍ଚା ପିଆଜ ଅତ୍ୟଧିକ ଉତ୍ତାପ ସୃଷ୍ଟି କରେ ଏବଂ ବିଷାକ୍ତ ପଦାର୍ଥର ସ୍ତରକୁ ବଢ଼ାଇ ଦିଏ। ଯାହାଦ୍ବାରା ଆଲର୍ଜି, ଚର୍ମ କୁଣ୍ଡାଇ ହେବା, ଏକ୍ଜିମା ଓ ସୋରିୟାସିସ୍ ଭଳି ରୋଗ କରାଏ ।