(ପ୍ରିୟଦର୍ଶନୀ ସ୍ୱାଇଁ )ମୁମ୍ବାଇ : ୨୦୧୯ ଆସିଥିବା ଫିଲ୍ଳ ମଧରେ ସବୁଠାରୁ ବଡ଼ ଓପନିଙ୍କ୍ କରିଛି ଅକ୍ଷୟ କୁମାରଙ୍କ କେଶରୀ ଫିଲ୍ଳ । ଦେଶର ପ୍ରାୟ ୩୬୦୦ ସ୍କ୍ରିନରେ ଏବଂ ବିଦେଶରେ ୬୦୦ ସ୍କ୍ରିନରେ ରିଲିଜ୍ ହୋଇଥିଲା ଏହି ଫିଲ୍ମ । ଏଯାଏ ୨୨ କୋଟି ବ୍ୟବସାୟ କରିଥିବା ବେଳେ ବଲିଉଡରେ ପାଇରେସୀ ଥମିବାର ନାଁ ଧରୁନି । ରିଲଜ୍ ହେଉ ହେଉ ଲିକ୍ ହୋଇ ଯାଉଛି ସବୁ ଫିଲ୍ମ । ଆଉ ରିଲିଜ୍ ହେବାର ତିନି ଦିନ ପରେ କେଶରୀ ଫିଲ୍ମ ଅନଲାଇନ୍ ହୋଇଯାଇଛି । ତେବେ ଏହି ଫିଲ୍ମକୁ ଅନଲାଇନ୍ ଦେଖି ସାଇବର୍ କ୍ରାଇମକୁ ସମର୍ଥନ ନକରିବାକୁ ଅପିଲ୍ କରିଛନ୍ତି ଅକ୍ଷୟ କୁମାର ।
୨୧ ମାର୍ଚ୍ଚରେ ରିଲିଜ୍ ହୋଇଥିବା କେଶରୀ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରୁଥିଲା । କିନ୍ତୁ ଲିକ୍ ହେବା ପରେ ଫିଲ୍ମ ମେକର୍ସଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହବାକୁ ପଡିଛି । ସୋସିଆଲ୍ ମଡିଆରେ କେଶରୀ ଲିକ୍ ହେବା ପରେ ଫଟାଫଟ୍ ୟୁଜର୍ସ ଏହାକୁ ଡାଉନଲୋଡ୍ କରୁଛନ୍ତି।