(ଋିପୋର୍ଟସ ଟୁଡେ) ଅନ୍ଲାଇନ୍ ଶପିଂ ଏବେ ସମସ୍ତଙ୍କ ପାଇଁ ଏକ ସହଜ ଓ ସୁବିଧା ଉପାୟ ପାଲଟିଯାଇଛି। ଆମ ଦେଶରେ ଏବେ ଏମିତି ଏକ ଓ୍ବେବ ସାଇଟ୍ କାମ କରୁଛି ଯାହା ମାଧ୍ୟମରେ ଘରେ ବସି ଇଲୋକ୍ଟ୍ରନିକ୍ ଆଇଟମ୍ ଭଳି ଭଡାରେ ମିଳିପାରିବେ ବାପା,ମା’, ସ୍ତ୍ରୀ, ସାଙ୍ଗ ଇତ୍ୟାଦି। Rent – a-wife ottawa.com ନାମକ ଏହି ଓ୍ବେସାଇଟ୍ ଏବେ ସବୁକିଛି ହାତ ପାହାନ୍ତାରେ ଯୋଗାଇ ଦେବାର ବ୍ୟବସ୍ଥା କରିଛି। ଏମିତିକି ଶୋଇବା ପାଇଁ ତକିଆ ହେଉ କି ଘରେ ଖେଳିବା ଲାଗି ଛୋଟ ପିଲା ହୁଅନ୍ତୁ ସବୁକିଛି ଯୋଗାଇ ଦେଉଛି ଏହି ଓ୍ବେବସାଇଟ୍। ଏମିତିକି ପିଲାଙ୍କ ହୋମଓ୍ବର୍କ କରିବାକୁ ଟିଉଟର ମଧ୍ୟ ମିଳୁଛନ୍ତି ଏହି ଓ୍ବେବସାଇଟ୍ ମାଧ୍ୟମରେ। ଯଦି ବିବାହ ବ୍ରତ ସମୟରେ ଅତିଥି କମ୍ ଆସୁଛନ୍ତି ଏହି ଓ୍ବେବସାଇଟ୍ ଜରିଆରେ ଭଡାରେ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ପାରିବ। ସେମିତି ବାପା, ମା’ ଅବା ସ୍ତ୍ରୀ ଆବଶ୍ୟକ ଥିଲେ ଏମାନେ ଭଡାରେ ଏସବୁ ଯୋଗାଇ ଦେଉଛନ୍ତି। ତେବେ ଘଣ୍ଟା ପ୍ରତି ଏମାନଙ୍କୁ ମୂଲ୍ୟ ଦେବାକୁ ପଡିବ। ଯଦି ଗୋଟିଏ ଦିନ ପାଇଁ କେହି ଏହାର ସର୍ଭିସ୍ ନେବାକୁ ଚାହୁଁଛନ୍ତି ତେବେ ଦିନ ହିସାବରେ ଟଙ୍କା ପଇଠ କରିବାକୁ ପଡିବ। ଆହୁରି ମଧ୍ୟ କେହି ଯଦି ଘରେ କିଛି ଜିନିଷ ଭୁଲିଯାଇ ଅସୁବିଧାରେ ପଡିଛନ୍ତି ଏହି ଓ୍ବେବସାଇଟ୍ ସହ ଯୋଗାଯୋଗ କଲେ ଆବଶ୍ୟକ ଜିନିଷ ଏହା ତୁରନ୍ତ ପଠାଇବାର ବ୍ୟବସ୍ଥା କରିବ। ଏମିତିକି କେହି କେବେ ଅଣ୍ଡର୍ଗାର୍ମେଟ୍ସ ଭୁଲି ଯାଇଥିଲେ ତାହା ମଧ୍ୟ ଏଠାରେ0 ଭଡାରେ ମିଳିବ ବୋଲି ଉଲ୍ଲେଖ କରାଯାଇଛି।