ଶନିବାର ଉଠିଲା ଲକଡାଉନ, କେବଳ ରବିବାର ଜାରି

କରୋନା ମାମଲା କମିବା ପରେ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଶନିବାର ଲକଡାଉନ ସମାପ୍ତ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ୧୪ ଅଗଷ୍ଟରୁ ଲାଗୁ ହେବ ।

0

(ଦିଲ୍ଲୀ) : କରୋନା ମାମଲା କମିବା ପରେ ଉତ୍ତର ପ୍ରଦେଶ ସରକାର ରାଜ୍ୟରେ ଶନିବାର ଲକଡାଉନ ସମାପ୍ତ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ୧୪ ଅଗଷ୍ଟରୁ ଲାଗୁ ହେବ । ଅର୍ଥାତ୍ ଏହି ତାରିଖ ପରଠୁ କେବଳ ରବିବାର ଲକଡାଉନ ଜାରି ରହିବ । ୟୁପିରେ କରୋନା ମାମଲା କମିବା ପରେ ୯ମଠୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ପାଇଁ ସ୍କୁଲ୍ ଖୋଲିବାକୁ ନିଷ୍ପତି ନିଆଯାଇଛି । ଏବେ ୧୬ ଅଗଷ୍ଟରୁ ଏହି ଶ୍ରେଣୀ ପାଇଁ ସ୍କୁଲ ଖୋଲିଦିଆଯିବ । ତେବେ ସ୍କୁଲରେ ୫୦ ପ୍ରତିଶତ ଛାତ୍ରଛାତ୍ରୀ ରହିବେ । ୟୁପି ସରକାରଙ୍କ ଏକ ବୟାନରେ କୁହାଯାଇଛି ଯେ ଏହା ବ୍ୟତୀତ ଉଚ୍ଚ ଶିକ୍ଷା ସଂସ୍ଥାରେ ୧ ସେପ୍ଟେମ୍ବରରୁ ଶ୍ରେଣୀ ଆରମ୍ଭ କରିବାର ନିର୍ଦ୍ଦେଶ ମଧ୍ୟ ଜାରି କରାଯାଇଛି ।

ସୂଚନାନୁଯାୟୀ , ସ୍କୁଲ ଖୋଲାଯିବା ପରେ କୋଭିଡ୍ ପ୍ରୋଟୋକୋଲର କଡାକଡି ଭାବେ ପାଳନ କରିବାର ନିର୍ଦ୍ଦେଶ ଦିଆଯାଇଛି । କହିରଖୁଛୁ ୟୁପିରେ ଏବେ କରୋନାର ଆକ୍ଟିଭ୍ ମାମଲା ମାତ୍ର ୫୪୫ ରହିଛି । ରାଜ୍ୟରେ କରୋନାର ଏପର୍ଯ୍ୟନ୍ତ ୧୭,୦୮୮୧୨ ମାମଲା ସାମ୍ନାକୁ ଆସିଥିଲା ଯେଉଁଥିରେ ୧୬,୮୫୪୯୨ ସୁସ୍ଥ ହୋଇସାରିଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମଣ ଯୋଗୁଁ ୨୨୭୭୫ ଲୋକ ପ୍ରାଣ ହରାଇସାରିଛନ୍ତି ।